ନିରପେକ୍ଷ(ଭୁବନେଶ୍ୱର) : ଯାଜପୁର ଜିଲ୍ଲା ର ଚଣ୍ଡିଖୋଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଲେଙ୍ଗାନରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲରେ ପହଞ୍ଚିଛନ୍ତି । ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ ।

- ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତାର ଶିଳାନ୍ୟାସ
- ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପର ଲୋକାର୍ପଣ
- ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ
- ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ଯାଏଁ ୩୪୪ କିମି ପାଇପ୍ ଲାଇନର ଉଦଘାଟନ
- ୧୬୨ କିମିର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣର ଉଦଘାଟନ
- କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେନରୁ ଶୁଭାରମ୍ଭ
- କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ.ଏହି ମାର୍ଗରେ ପ୍ରଥମ ଥର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ କରିବ
- ଯାଜପୁରଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବାର ଶୁଭାରମ୍ଭ

ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମହାନ ଜନନାୟକ ବିଜୁ ବାବୁଙ୍କ ଜନ୍ମଦିନ । ଓଡ଼ିଶାର ଉନ୍ନତି ଓ ଓଡ଼ିଆ ଜାତିର ଉନ୍ନତି ପାଇଁ ବିଜୁ ବାବୁ କାମ କରିଛନ୍ତି । ନବେ ଦଶକରେ ବିଜୁ ବାବୁ କଳିଙ୍ଗନଗର ନିର୍ମାଣ କରିଥିଲେ । ଆଜି କଳିଙ୍ଗନଗର ଦେଶର ଷ୍ଟିଲ ହବ ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା କରି ନବୀନ କହିଛନ୍ତି, ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଏହା ବହୁତ ଖୁସିର କଥା । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ମୋଦୀଙ୍କ ନେତୃତ୍ୱରେ ଭାରତ ଏବେ ୫ମ ବୃହତ୍ତ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି । ଖୁବଶୀଘ୍ର ଭାରତ ତୃତୀୟ ବୃହତ ଅର୍ଥନୀତି ଭାବେ ଉଭା ହେବ ।
