ନିରପେକ୍ଷ(ଭୁବନେଶ୍ୱର): ଖାରବେଳନଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ତା.୦୩.୦୩.୨୦୨୪ ରିଖ ସନ୍ଧ୍ୟାରେ ୟୁନିଟ୍-୩ ଅନ୍ତର୍ଗତ ସତଶିକ୍ଷା ମନ୍ଦିର ପରିସରରେ ଥିବା ନିଗମାନନ୍ଦ ଆଶ୍ରମରେ ସତସଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଠାରେ ପ୍ରବଳ ଜନସମାଗମ ହୋଇଥିଲା ।

ଏହି ଜନସାମଗମର ସୁଯୋଗ ନେଇ ନିମ୍ନୋକ୍ତ ଚାରିଜଣ ଅଭିଯୁକ୍ତ ଅଭିଯୋଗକାରିଣୀଙ୍କ ବେକରୁ ଏକ ୨୨ ଗ୍ରାମ ଓଜନର ସୁନା ଚେନ କୌଶଳ କ୍ରମେ ଚୋରିକରି ନେଇଥିଲେ । ବେକରୁ ସୁନା ଚେନ ଚୋରୀ ହେବା ଜାଣିପାରି ସେ ପଛକୁ ବୁଲି ଦେଖିବା ବେଳକୁ ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇ ଯାଇଥିଲେ । ପରେ ଅଭିଯୋଗକାରିଣୀ ଏନେଇ ଖାରବେଳନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
