ନିରପେକ୍ଷ(ଭୁବନେଶ୍ୱର): ଆସନ୍ତା ୦୮.୦୩.୨୦୨୪ ରିଖରେ ମହାଶିବରାତ୍ରି ଉପଲକ୍ଷେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ହେବାକୁ ଥିବା ଜନସମାଗମ କୁ ଦୃଷ୍ଠିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବା ନିମନ୍ତେ ଆଜି କେଦାର ଗୌରି ମନ୍ଦିର ନିକଟସ୍ଥ ମା କଲ୍ୟାଣ ମଣ୍ଡପରେ ଏକ ପ୍ରାକ ପ୍ରସ୍ତୁତିମୂଳକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ଭୁବନେଶ୍ବର-କଟକ ପୁଲିସ କମିଶନର ଶ୍ରୀ ସଞ୍ଜୀବ ପଣ୍ଡା ସଭାକୁ ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ବର ଡିସିପି ଶ୍ରୀ ପ୍ରତୀକ ସିଂହ, ଆଇପିଏସ ସଭାରମ୍ଭ କରି ବୈଠକର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଏହି ବୈଠକରେ ଅନ୍ୟ ମୁଖ୍ୟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଜଟଣୀ ବିଧାୟକ ଶ୍ରୀ ସୁର ରାଉତରାୟ, ପୂର୍ବତନ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି, ଶ୍ରୀ ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ, ମନ୍ଦିରର ପୂଜକ ଓ କର୍ମକର୍ତ୍ତା, ତଥା ଅନ୍ୟାନ୍ୟ ବିଭାଗ ଗୁଡିକର କର୍ମକର୍ତା ମାନେ ଏହି ସଭାରେ ଯୋଗ ଦେବା ସହିତ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
