ଅପାର୍ଟମେଣ୍ଟ ଦେବା ନା ରେ ଠକେଇ
ଟଙ୍କା ପାଇବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ଏକ ଡୁପ୍ଳିକେଟ ଚାବି ଦେଇ ତା ପରଦିନ ସେଠାରେ ଯାଇ ରହିବା ଲାଗି କହିଥିଲେ । ତା ପରଦିନ ଅଭିଯୁତ ଜଣକ ଅଭିଯୋଗକାରିଣୀଙ୍କୁ ପନର୍ବାର ଫୋନ କରି ଅଧିକ ୩,୦୦୦ ଟଙ୍କା ପଠାଇବା ଲାଗି କହିବାରୁ, ଘର ସିଫ୍ଟ କରିବା ପରେ ଯାଇ ବାକି ଟଙ୍କା ଦେବେ ବୋଲି ଅଭିଯୋଗକାରିଣୀ ଉତ୍ତର ଦେଇଥିଲେ । ପରେ ଅଭିଯୋଗକାରିଣୀ ଯାଇ ଉକ୍ତ ଡୁପ୍ଳିକେଟ ଚାବି ସାହାଯ୍ୟରେ ଘର ଖୋଲିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ତାଲା ଆଉ ଖୋଲି ନଥିଲା । ସେ ତୁରନ୍ତ ଯାଇ ସେଠାରେ ମୁତୟନ ଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଏ ବିଷୟରେ ପଚାରିବାରୁ ସେ ଚାବି ଉକ୍ତ ଘରର ନୁହଁ ବୋଲି କହିଥିଲେ । ପରେ ଅଭିଯୋଗକାରିଣୀ, ଟଙ୍କା ପଠାଇ ଥିବା ୟୁପିଆଇ ନମ୍ବରରେ ଯୋଗଯୋଗ କରିବାରୁ, ସେ ଏ ସମ୍ପର୍କରେ କିଛି ବି ଜାଣିନଥିବା କହିଥିଲେ । ଅଭିଯୋଗକାରିଣୀ ଜଣକ ଶେଷରେ ଅଭିଯୁକ୍ତଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ, ଅଭିଯୁକ୍ତ ଜଣକ ତାଙ୍କୁ ନାନା ପ୍ରକାର ଧମକ ଦେଇଥିଲେ । ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ବାଲିଅନ୍ତା ଥାନାରେ ଏନେଇ ଅଭିଯୋଗ କରିଥିଲେ ।
previous post