ନିରପେକ୍ଷ(ଭୁବନେଶ୍ୱର): ତମାଣ୍ଡୋ ଥାନା ପୁଲିସ ବେଆଇନ ବିଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ସନ୍ତୋଷ କୁମାର ଜେନା(23) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ତମାଣ୍ଡୋ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟୀମ ଟାଟା ଆରୟନ ଛକ ନିକଟରେ ଅତର୍କିତ ଚଢଉ କରିବା ସହ ବେଆଇନ ବିଦେଶୀ ମଦ ଚାଲାଣ ଓ ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
