ନିରପେକ୍ଷ(ଭୁବନେଶ୍ୱର) : ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ବିଭୁତି ଭୂଷଣ ସିଂହଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଦେବ କରଣ ଦଳେଇ(20),ଦୀକ୍ଷିତ କୁମାର କଁଅର@ଦିଲୁ(20)ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ପୁଅ ଓ ତାଙ୍କ ବନ୍ଧୁ ମାନଙ୍କ ସହିତ, ନିମ୍ନୋକ୍ତ ଅଭିଯୁକ୍ତ ତଥା ତାଙ୍କ ସହଯୋଗୀ ମାନଙ୍କର ପୁର୍ବରୁ କୌଣସି କାରଣକୁ ନେଇ ଶତ୍ରୁତା ଲାଗିରହିଥିଲା ।
