Home Breaking News ଦୁଇ ଗୋଷ୍ଟି ମଧ୍ୟ ରେ ଉତ୍ତେଜନା ସୁତୁଲି ବୋମା ନେଇ ମରଣାନ୍ତକ ଆକ୍ରମଣ

ଦୁଇ ଗୋଷ୍ଟି ମଧ୍ୟ ରେ ଉତ୍ତେଜନା ସୁତୁଲି ବୋମା ନେଇ ମରଣାନ୍ତକ ଆକ୍ରମଣ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର):ଜଟଣୀଥାନାପୁଲିସଅଭିଯୋଗକାରୀମହମ୍ମଦସୁଫୀୟାନ୍ଙ୍କଅଭିଯୋଗଭିତ୍ତିରେତଦନ୍ତକରିବାସହଏମଡି.ମଜହର@ବାବୁ(34),ଏମଡି.ନୁରସତ@ଚନ୍ଦୁ(32),ଏମଡି.ଅମଯାଦ(45) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ,ଗତ ୩ମାସ ପୂର୍ବରୁ ବେଣାପଞ୍ଜୁରି ଗ୍ରାମର ଦୁଇ ଦଳୀୟ ଯୁବକ ଗୋଷ୍ଠୀ ମଧ୍ୟର ହଟ୍ଟଗୋଳ ହେତୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା।

ଯେଉଁଥିପାଇଁ ଉଭୟ ଦଳର ଭଦ୍ରଲୋକମାନେ ସମସ୍ୟାର ସମାଧାନ କରିଥିଲେ। ବରିଷ୍ଠ ଭଦ୍ରଲୋକଙ୍କ ଉଦ୍ୟମ ସତ୍ତ୍ ଉଭୟ ଦଳର ଯୁବକମାନେ ପରସ୍ପରରଙ୍କ ଠାରୁ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ । ଗତ କାଲି ତା ୦୧.୦୩.୨୦୨୪ ରିଖ ଅପରାହ୍ନରେ ନୁଆ ମସଜିଦ ସାହିର କିଛି ଯୁବକ ଓ ପିଲାମାନେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ତରାବୋଇ ଯାଇଥିଲେ, ଯେଉଁଠାରେ ଅଭିଯୁକ୍ତମାନେ ମଧ୍ୟ କ୍ରିକେଟ ମ୍ଯାଚ ଦେଖୁଥିଲେ। ସେହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୁଆ ମସଜିଦ ସାହିର ଯୁବକମାନଙ୍କୁ ଆକ୍ଷେପ କରି ବିଦ୍ରୁପ କରିବାରୁ ଉଭୟ ଗୋଷ୍ଠୀ ପରସ୍ପରଙ୍କୁ ଅଶ୍ଳୀଳ ଭାଷା କହିବା ସହ ଧମକ ମଧ୍ୟ ଦେଇଥିଲେ ।

ଏହା ପରେ ଉଭୟ ଗୋଷ୍ଠୀ ସେମାଙ୍କର ସାହିକୁ ଫେରିଆସିଥିଲେ । ଏହି ଘଟଣାରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଅତ୍ୟନ୍ତ ରାଗିଯାଇଥିଲେ ଏବଂ ନୁଆ ମସଜିଦ ସାହିରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଯୋଜନା କରିଥିଲେ। ନିମ୍ନୋକ୍ତ ଅଭିଯୁକ୍ତ ଓ ତାଙ୍କର ସହଯୋଗୀମାନେ କିଛି ସୁତୁଲି ବୋମା ନେଇ ମୋଟରସାଇକେଲ ଯୋଗେ ନୁଆ ମସଜିଦ ସାହିକୁ ଯାଇଥିଲେ ଏବଂ ଅଭିଯୋଗକାରୀଙ୍କର ଘର ନିକଟରେ ଉପସ୍ଥିତ ଥିବା ମହିଳା, ଯୁବକ ଓ ପିଲାମାନଙ୍କୁ ହତ୍ୟା କରିବା ଉଦେଶ୍ୟରେ ୨ଟି ହାତ ତିଆରି ସୁତୁଲି ବୋମା ଫିଙ୍ଗିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଭିଯୋଗକାରୀଙ୍କର ମା ଏବଂ କିଛି ଯୁବକ ଓ ପିଲାମାନେ ଏଥିରେ ଅତ୍ୟନ୍ତ ଗୁରୁତର ହୋଇଥିଲେ ।

ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ଥିବାରୁ ଶବ୍ଦ ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ଏକଜୁଟ ହୋଇଯାଇଥିଲେ ଏବଂ ଅଭିଯୁକ୍ତ ମାନଙ୍କୁ କାବୁ କରିବାକୁ ଚେଷ୍ଠା କରିଥିଲେ । ଏହା ଦେଖି ଅଭିଯୁକ୍ତ ମାନେ ସେମାନଙ୍କୁ ଭୟଙ୍କର ପରିଣାମର ଧମକ ଦେବା ସହ ଘଟଣା ସ୍ଥଳରୁ ଚାଲିଯିବା ବେଳେ ସାଙ୍ଗରେ ଆଣିଥିବା ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଫୋନ ଘଟଣା ସ୍ଥଳରେ ଛାଡି ଚାଲି ଯାଇଥିଲେ ।

ଖବରପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ଓ ମୋବାଇଲ ଫୋନ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଆଜି ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ରେଲୱେ ଷ୍ଟେସନ୍ ନିକଟରୁ ଗିରଫରୁ ବର୍ତ୍ତିବା ପାଇଁ ଖସି ପଳାଉଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚାର ଉଚରା ବେଳେ ଅଭିଯୁକ୍ତମାନେ ସେମାଙ୍କର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ସ୍ଥଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଚେଷ୍ଠା ଜାରି ରହିଛି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc