ଭୁବନେଶ୍ୱର(ନିରପେକ୍ଷ) : ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଜବାହାର ମଣ୍ଡଳଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିରଞ୍ଜନ ଶତପଥୀ@ବଣ୍ଟି(20) ,ଗୁଣବିଶ୍ୱାଳ@ଗୁଣ(20),ବିକି ସାହା@ବିକି (25) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ,ଗତ ତା ୨୩.୦୨.୨୦୨୪ ରିଖ ବିଳମ୍ବିତ ରାତିରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ପୂର୍ବ ଯୋଜନା ମୁତବକ ଅଭିଯୋଗକାରୀଙ୍କର ମୋଟରସାଇକେଲଟିକୁ ପାର୍କିଂ ହୋଇରହିଥିବା ସ୍ଥାନରୁ ଚୋରୀ କରି ନେଇଯାଇଥିଲେ ।
