ନିରପେକ୍ଷ(ଭୁବନେଶ୍ୱର) : ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗକାରୀ ସଞ୍ଜୟ କୁମାର ନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଜିଲୁ ସିଂ(23)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ,ଗତ ତା ୧୨.୧୧.୨୦୨୩ ରିଖ ରାତି ପ୍ରାୟ ୧୧ଟା ରେ ଅଭିଯୋଗକାରୀ ତାଙ୍କର ଦୋକାନରେ ଥିବା ସମୟରେ ଅଭିଯୁକ୍ତ ରଞ୍ଜନ ତାଙ୍କର ଜଣେ ସହଯୋଗୀଙ୍କ ସହିତ ସେଠାରୁ ଆସିଥିଲେ । ସେହି ସମୟରେ ଆକାଶ ଛତା ବାଣ କିଣିବାକୁ ନେଇ ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ବଚସା ହୋଇଥିଲା ।
