ନିରପେକ୍ଷ(ଭୁବନେଶ୍ୱର): ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତ ରଶ୍ମୀ ରଞ୍ଜନ ସାହୁ ଓରଫ କାବୁଲାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନିଜ ବାପା, ମାଙ୍କ ସହ କପିଳେଶ୍ବର ଅନ୍ତର୍ଗତ ପ୍ଲଟ ନମ୍ବର-୧୫୩୩ ରେ ଥିବା କାମିନି କୁଟୀରରେ ରୁହନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ବିନା କୌଣସି କାରଣରେ ଅଭିଯୋଗକାରୀଙ୍କ ଘରର ଭିତର ଗେଟର ତାଲା ଭାଙ୍ଗିବା ସହିତ ଘର ବାହାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାକୁ ବାଡ଼େଇ ଭାଙ୍ଗିଦେଇଥିଲେ ।
