ନିରପେକ୍ଷ(ଭୁବନେଶ୍ୱର) : ଆଜି ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଭରତପୁର ଥାନାର ଏକ ସ୍ପେଶାଲ ଟିମ ଜୟଦେବ ବାଟିକା ପାର୍କର ବୁଲାଣି ନିକଟରେ ଅତର୍କିତ ଚଢଉ କରିବା ସହିତ ବେଆଇନ ବ୍ରାଉନ ସୁଗାରକୁ ନିଜ ହେପାଜତରେ ରଖି ବିକ୍ରୟ କରିବା ଅଭିଯୋଗରେ ରୀନା ଜେନା(43) ଜଣେ ମହିଳା ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୩.୨୨ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୮୭,୪୦୦ ଟଙ୍କା ଜବତ କରିଥିଲେ ।
