ନିରପେକ୍ଷ(ଭୁବନେଶ୍ୱର): ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁକରି ତଦନ୍ତ କରିବା ସହିତ ପ୍ରଦୀପ୍ତ କୁମାର ମୁଖି(35)ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବିଡିଏ କଲୋନୀ ଅଞ୍ଚଳରେ ରହୁଥିବା ଜଣେ ଭଦ୍ର ବ୍ୟକ୍ତିଙ୍କ ଘରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଗତ ୨୦୨୨ ମସିହାରୁ ନିଜ ଅଟୋରେ ଅଭିଯୋଗକାରିଣୀଙ୍କୁ ଉକ୍ତ ଭଦ୍ର ବ୍ୟକ୍ତିଙ୍କ ଘରକୁ ନବାଆଣିବା କରୁଥିଲେ। ଏହି ନବାଆଣିବା ମଧ୍ୟରେ ଅଭିଯୋଗକାରିଣୀ ଏବଂ ନିମ୍ନୋକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା ।
