Home Crime ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାର ଧମକ ସହିତ ଫୋନ କରି ତିନିଲକ୍ଷ ଟଙ୍କା ଦାବି

ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାର ଧମକ ସହିତ ଫୋନ କରି ତିନିଲକ୍ଷ ଟଙ୍କା ଦାବି

by Admin
0 comment

ନିରପେକ୍ଷ(ଭୁବନେଶ୍ୱର): ଜଟଣୀ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସ୍ବରୂପ ରାୟଙ୍କ ଅଭିଯୋଗ ଭିତ୍ତିରେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ସିପୁ@ସୋନୁମ ବାରିକ(24) ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୪.୧୨.୨୦୨୩ ରିଖ ସକାଳେ ଅଭିଯୋଗକାରୀ ଏବଂ ତାଙ୍କର ଜଣେ ବନ୍ଧୁ ମୋଟରସାଇକେଲ ଯୋଗେ ବୁଦ୍ଧପଡା ଠାରେ ଥିବା ସୋମନାଥ ମନ୍ଦିରକୁ ଯାଉଥିବା ବେଳେ, ହରିରାଜପୁର କ୍ଲବ ହାଉସ ନିକଟରେ ବନ୍ଧୁଙ୍କ ମୋବାଇଲକୁ ଏକ ଫୋନକଲ ଆସିଥିଲା ।

ଉଭୟ ଗାଡି ସାଇଡ କରି ଫୋନରେ କଥା ହେଉଥିବା ବେଳେ କିଛି ଯୁବକ ଆସି ଏଠାରେ କାହିଁକି ଗାଡି ରଖିଛ ବୋଲି ପ୍ରଶ୍ନ ପଚାରିବା ସହିତ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ ଏବଂ ଉଭୟଙ୍କୁ ଜୀବନରୁ ମାରିଦେବାର ଧମକ ଦେବା ସହିତ ସୋମନାଥ ମନ୍ଦିର ନିକଟସ୍ଥ ପଡିଆରେ ଏକ ପ୍ରକାର ବନ୍ଧକ ରଖି ଅଭିଯୋଗକରୀଙ୍କ ମାଙ୍କୁ ଫୋନ କରି ତିନିଲକ୍ଷ ଟଙ୍କା ଦାବି କରିଥିଲେ ।

ଘଟଣାର ଅଭିଯୋଗ ପରେ, ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରି ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ବେଳେ ପୁଲିସ ନିମ୍ନୋକ୍ତ ଜଣେ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc