ନିରପେକ୍ଷ(ଭୁବନେଶ୍ୱର) : ଇନଫୋଭ୍ୟାଲି ଥାନା ପୁଲିସ ଅଭିଯୋଗକାରୀ ସୟଦ ଇଶାକ ଅଲ୍ଲୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ଦେବୀପ୍ରସାଦ@ପିନୁ @ଲୁଙ୍ଗା ନାୟକ(30) ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୪.୦୨.୨୦୨୪ ରିଖ ରାତିରେ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଡିଏନ ନ୍ୟୁ କଲୋନୀରେ ଥିବା ଏକ ନିର୍ମାଣାଧୀନ କୋଠାରୁ ମୋଟ ୪୫ କେଜି ଓଜନର ୧୫ ଗୋଟି ଲୁହାବାର ଚୋରୀ ହୋଇଥିବା ନେଇ ଅଭିଯୋଗକାରୀ, ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ ।
