ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ମହେନ୍ଦ୍ର ସେଠୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ଚନ୍ଦନ କୁମାର ସେଠି(25)ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୩ବର୍ଷ ପୂର୍ବେ ତା ୦୩.୦୩.୨୦୨୧ ରିଖରେ ଅଭିଯୋଗକାରୀଙ୍କର ଝିଅ ଝିଲ୍ଲୀଙ୍କର ସାମାଜିକ ରୀତିନୀତି ଅନୁଯାୟୀ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହିତ ବିବାହ ହୋଇଥିଲା । ବିବାହ ପରେ ଅଭିଯୁକ୍ତ ସ୍ବାମୀ ଚନ୍ଦନ ଓ ତାଙ୍କର ପରିବାର ସଦସ୍ୟ ଅଧିକ ଟଙ୍କା, ସୁନା, ଏବଂ କାର ଭଳି ଯୌତୁକ ଦାବି କରି ଝିଲ୍ଲୀଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗକାରୀ ତାଙ୍କର ଅଭିଯୋଗରେ ଉଲ୍ଲେଖ କରିଥିଲେ । ଏନେଇ ଗତ ତା ୨୪.୦୨.୨୦୨୪ ରିଖରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଝଗଡା ଲାଗିଥିବାର ଝିଅଙ୍କ ଠାରୁ ଖବର ପାଇବା ପରେ ଅଭିଯୋଗକାରୀ ସେଠାକୁ ଯାଇଥିଲେ ଏବଂ ବୁଝାମଣା କରି ଫେରିଥିଲେ ।
