Home Crime ଲୁହାବାର ଚୋରୀ ଅଭିଯୁକ୍ତ ଗିରଫ

ଲୁହାବାର ଚୋରୀ ଅଭିଯୁକ୍ତ ଗିରଫ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଇନଫୋଭ୍ୟାଲି ଥାନା ପୁଲିସ ଅଭିଯୋଗକାରୀ ସୟଦ ଇଶାକ ଅଲ୍ଲୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ଅରୁଣ ସାମଲ(27),କୁଳମଣୀ ଦାସ(55) ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୪.୦୨.୨୦୨୪ ରିଖ ରାତିରେ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଡିଏନ ନ୍ୟୁ କଲୋନୀରେ ଥିବା ଏକ ନିର୍ମାଣାଧୀନ କୋଠାରୁ ମୋଟ ୪୫ କେଜି ଓଜନର ୧୫ ଗୋଟି ଲୁହାବାର ଚୋରୀ ହୋଇଥିବା ନେଇ ଅଭିଯୋଗକାରୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଙ୍କ ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଘଟଣା ସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ ସମୟରେ, ଦୁଇଜଣ ଯୁବକ ଏକ ସ୍କୁଟି ଯୋଗେ ଘଟଣା ସ୍ଥଳକୁ ଆସି ଉକ୍ତ ଲୁହାବାର ସବୁକୁ ଚୋରିକରିନେଇଥିବା ଜାଣିବାକୁ ପାଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ।

ମାମଲାର ତଦନ୍ତ ଚାଲିଥିବା ସମୟରେ ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଏକ ସୂଚନାକୁ ଆଧାର କରି ଚଢଉ ଜରିଆରେ ନିମ୍ନୋକ୍ତ ମୁଖ୍ୟ ଅଭିଯୁକ୍ତ ଅରୁନଭ ସାମଲ ଏବଂ ଜଣେ ଚୋରା ସାମଗ୍ରୀ ଗ୍ରାହୀତା କୁଳମଣି ଦାସଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ସମସ୍ତ ୧୫ ଗୋଟି ଲୁହାବାର ଏବଂ ଘଟଣାରେ ବ୍ଯବହୃତ ଏକ ସ୍କୁଟିକୁ ଜବତ କରିଥିଲେ ।

ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ, ଏହି ଅପରାଧରେ ସାମିଲ ଥିବା କଥା ସ୍ଵୀକାର କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ଏହି ଚୋରୀରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ଜଣେ ବିଟେକ୍ ଛାତ୍ର ବୋଲି ତଦନ୍ତ ବେଳେ ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc