Home Entertainment କାହିଁକି ଏହି ବ୍ୟକ୍ତି ଙ୍କୁ ଫଲୋ କରନ୍ତି ଅମିତା ବଚ୍ଚନ

କାହିଁକି ଏହି ବ୍ୟକ୍ତି ଙ୍କୁ ଫଲୋ କରନ୍ତି ଅମିତା ବଚ୍ଚନ

by Admin
0 comment

ନିରପେକ୍ଷ(ମୁମ୍ବାଇ): ଆପଣ ନିଶ୍ଚୟ ସୋସିଆଲ ମିଡିଆରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଫଲୋ କରୁଥିବେ । ଅମିତାଭଙ୍କର ଫ୍ୟାନ୍ ସବୁ ଯାଗାରେ ଅଛନ୍ତି । ବହୁ ବଡ଼ ବଡ଼ ଷ୍ଟାରଙ୍କୁ ଆପଣ ଫଲୋ କଲାବେଳେ ଦେଖୁଥିବେ ଯେ, ଷ୍ଟାର ମାନେ କାହାକୁ ଫଲୋ କରନ୍ତି ନାହିଁ । ତାଙ୍କ ଫଲୋ ଲିଷ୍ଟ ଜିରୋ ଥାଏ । କିନ୍ତୁ ଅମିତାଭ ଏମିତି ଜଣେ ଷ୍ଟାର ସେ ସବୁବେଳେ ଦର୍ଶକଙ୍କ ମନ ଜିଣିଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ପ୍ରବଳ । ସେ କିନ୍ତୁ ଜଣଙ୍କୁ ଫଲୋ କରନ୍ତି । ତାଙ୍କ ସୋସିଆଲ ମିଡିଆ ଦେଖିଲେ କେବଳ ଜଣେ ଫଲୋ ହିଁ ଦେଖାଇବ ।

ସେହି ବ୍ୟକ୍ତି ଜଣଙ୍କ ତାଙ୍କର ବନ୍ଧୁ ବାନ୍ଧବ କି ଫିଲ୍ମ ଦୁନିଆର ନୁହଁନ୍ତି । ତାଙ୍କ ନାଁ ହେଉଛି ଅବନୀ ରାଠି । ଅବନୀ ଦୃଷ୍ଟି ବାଧିତ । ଅମିତାଭ ବଚ୍ଚନଙ୍କ ସହ ରିଆଲିଟି ଶୋ’ କନ୍ ବନେଗା କରୋଡପତିର ୧୪ ତମ ସିଜିନରେ ହୋଇଥିଲା । ଅବନୀ ଜଣେ ଲେଖକ, ଗୀତିକାର ମଧ୍ୟ । ଅମିତାଭ କୁହନ୍ତି ୨୦୧୯ ମସିହାରେ ତାଙ୍କ ଜନ୍ମଦିନ ଅବସରରେ ଅବନୀ ତାଙ୍କୁ ଚିଠି ଲେଖିଥିଲେ । ସେ ସୋସିଆଲ ମିଡିଆରେ ମୋତେ ଫଲୋ କରନ୍ତି ବୋଲି କହିଥିଲେ । ଏଥିପାଇଁ ମୁଁ ବି ତାଙ୍କୁ ଫଲୋ କରୁଛି । ଏହା ପରଠାରୁ ଅଭିତାଭ ଅବନୀଙ୍କୁ ଫଲୋ କରୁଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc