ନିରପେକ୍ଷ(ଭୁବନେଶ୍ୱର) : ସହୀଦନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରାକେଶ କୁମାର ସାହୁଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ଦିଲ୍ଲୀପ କୁମାର ଦାସ(49 ) ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା.୨୧.୦୨.୨୦୨୪ ରିଖ ସନ୍ଧ୍ଯାରେ ଅଭିଯୋଗକାରୀ ଜଣକ ନିଜ ହୀରୋ ଗ୍ଲାମର ମୋଟରସାଇକେଲକୁ ବିଷ୍ଣୁ ମନ୍ଦିର ସମୁଖରେ ପାର୍କିଂ କରି ମନ୍ଦିର ଭିତରକୁ ପୂଜା କରିବା ଲାଗି ଯାଇଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ସୁଯୋଗ ଦେଖି ତାଙ୍କ ମୋଟରସାଇକେଲକୁ ସେଠାରୁ କୌଶଳ କ୍ରମେ ଚୋରିକରି ନେଇଯାଇଥିଲେ । ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ଅଭିଯୋଗକାରୀ ନିଜ ମୋଟରସାଇକେଲକୁ ନପାଇ ସହୀଦନଗର ଥାନାରେ ଏନେଇ ଏକ ଚୋରୀ ଅଭିଯୋଗ କରିଥିଲେ ।
