ନିରପେକ୍ଷ(ଭୁବନେଶ୍ୱର) : ପାହାଳ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଜା/ଲୋକନାଥ ଭାଇନା /ରାଜକିଶୋର ଭାଇନା(28) ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ଣ ଚନ୍ଦ୍ର ସେଠୀ, ପିତା ପ୍ରହଲାଦ ସେଠୀ, ଗ୍ରାମ-ଜଗନ୍ନାଥପୁର, ଥାନା-ପାହାଳ, ଜିଲ୍ଲା-ଖୋର୍ଦ୍ଧାଙ୍କର ତାଙ୍କ ଘରପାଖରେ ଗୋଟିଏ ଗ୍ରୋସରୀ ଦୋକାନ ଅଛି । ଗତ ତା.୨୨.୦୨.୨୦୨୪ ରିଖ ରାତି ପ୍ରାୟ ୧୦.୫୫ ହେବ, ସେ ଓ ତାଙ୍କ ଦୋକାନରେ କାମ କରୁଥିବା ଦୁଇଟି ପିଲା କିଛି ଶବ୍ଦ ଶୁଣି ଘରୁ ବାହାରି ଯାଇ ଦେଖିଲେ କି ତାଙ୍କ ଦୋକାନର ପଛପଟ କବାଟ ତାଲା ଭଙ୍ଗ। ଥିଲା ଓ ତାଙ୍କ ଗ୍ରାମର ରାଜକିଶୋରେ ଭଞ୍ଜ ତାଙ୍କ ଦୋକାନରୁ ଜିନିଷ ଚୋରୀ କରି ନେଇଯାଉଛନ୍ତି ।
