ନିରପେକ୍ଷ(ଭୁବନେଶ୍ୱର) : ନୟାପଲ୍ଲି ଥାନା ପୁଲିସ ଅଭିଯୋଗକାରୀ ସନ୍ତୋଷ କୁମାର ସାହୁଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରିବା ସହ ତଦନ୍ତ କରି ସୁଧାଂଶୁ ବେହେରା(39) ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ସୁଧାଂଶୁ ସମୟ ସମୟରେ ଜାଗା ବ୍ୟବସାୟ କରିବା ପାଇଁ ସିଆରପିଏଫ କ୍ଯାମ୍ପସ କୁ ଆସୁଥିବାରୁ ଗତ ୨୦୨୧ ମସିହାରେ ଅଭିଯୋଗକାରୀ ତାଙ୍କର ଯୋଗାଯୋଗରେ ଆସିଥିଲେ । ଅଭିଯୁକ୍ତ ଜଣକ ଭରତପୁର ଥାନା ଅନ୍ତର୍ଗତ ଅନ୍ଧାରୁଆ ଅଞ୍ଚଳରେ କିଛି ଜାଗା ବ୍ୟବସାୟ କରିବା ପାଇଁ ଚାହୁଁଥିବାରୁ ସେ ଅଭିଯୋଗକାରୀଙ୍କ ଠାରୁ ଅଗ୍ରୀମ ୧୬ଲକ୍ଷ ଟଙ୍କା ବିଭିନ୍ନ ମାଧ୍ୟମରେ ନେଇଥିଲେ ଏବଂ ପ୍ରତିବଦଳରେ ତାଙ୍କ ନାମରେ ୨୦୦୦ବର୍ଗ ଫୁଟର ଗୋଟିଏ ପ୍ଲଟ ୩୧ଜୁଲାଇ ୨୦୨୨ ସୁଦ୍ଧା କରାଇଦେବାକୁ ପ୍ରତିସୂତି ଦେଇଥିଲେ ।
