ନିରପେକ୍ଷ(ଭୁବନେଶ୍ୱର) : କ୍ୟାପିଟାଲ ଥାନା ପୁଲିସ ଅଭିଯୋଗକାରୀ କାହ୍ନୁ ନାୟକଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ମାମଲା ରୁଜୁ କରିବା ସହ ତଦନ୍ତ କରି ଆଦିତ୍ୟ ପାଢ଼ୀ(21) ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା ୨୧.୦୨.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୋଗକାରୀଙ୍କ ସମ୍ପର୍କୀୟ ଭାଇଙ୍କୁ ନିମ୍ନୋକ୍ତ ଅଭିଯୁକ୍ତଙ୍କ ସହଯୋଗୀମାନେ ଆକ୍ରମଣ କରିଥିବାରୁ ସେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସା କରାଇଥିଲେ ଏବଂ ଚିକିତ୍ସା କରାଇବା ପରେ ସେମାନେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରି ତାଙ୍କ ବସ୍ତିକୁ ଫେରିଥିଲେ ।
