ନିରପେକ୍ଷ(ଭୁବନେଶ୍ୱର) : ଶହୀଦ ନଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ କେଶବ ଦାସ(42) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଓ ନିମ୍ନୋକ୍ତ ଅଭିଯୁକ୍ତଙ୍କର ଗତ ୨୫ବର୍ଷ ପୂର୍ବେ ବିବାହ ହୋଇଥିଲା ଏବଂ ସେମାନଙ୍କର ୪ଟି ସନ୍ତାନ ଅଛନ୍ତି । ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଗତ ୧୦ ବର୍ଷ ହେବ ତାଙ୍କ ସ୍ତ୍ରୀଙ୍କର ଚରିତ୍ର କୁ ସନ୍ଦେହ କରି ଗାଳି ଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଆସୁଥିଲେ ।
ଅଭିଯୁକ୍ତ ସ୍ବାମୀଙ୍କ ମନୋଭାବରେ କିଛି ପରିବର୍ତ୍ତନ ଆସିବାର ଅପେକ୍ଷାରେ ଅଭିଯୋଗକାରିଣୀ ସବୁ ସହିଯାଉଥିଲେ, କିନ୍ତୁ ଗତ ତା ୨୦.୦୨.୨୦୨୪ ରିଖରେ ଅଭିଯୁକ୍ତ ଜଣକ ନିଶଶାକ୍ତ ଅବସ୍ତାରେ ତାଙ୍କ ସ୍ତ୍ରୀଙ୍କୁ ଗଳା ଚିପି ହତ୍ୟା କରିବା ଉଦ୍ୟମ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ । ଏହା ଦେଖି ସେମାନଙ୍କର ପିଲା ମାନେ ଅଟକାଇବାରୁ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।
