ନିରପେକ୍ଷ : ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଗତ ତା.୦୧.୦୨.୨୦୨୪ ରିଖ ରାତିରେ ଅଭିଯୋଗକାରିଣୀଙ୍କ ସ୍ବାମୀ ନିକଟସ୍ଥ ମେଡ଼ିସିନ ଦୋକାନରୁ ମେଡ଼ିସିନ ନେଇ ଘରକୁ ନିଜ ବାଇକ ଯୋଗେ ଫେରୁଥିବା ବେଳେ, ଜଗନ୍ନାଥ ନଗର ଅନ୍ତର୍ଗତ ରୋଡ଼ ନମ୍ବର-୭ ରେ ଥିବା ମର୍ଥା ଟ୍ରେଡର୍ସ ନିକଟରେ, ଦେବାଶିଷ ମହାନ୍ତି(23) ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ନିଶାସକ୍ତ ଅବସ୍ଥାରେ ପଛ ପାଖରୁ ଆସି ରାସ୍ତା ଦେବାଲାଗି କହିଥିଲେ ଏବଂ ହଠାତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ ।
