Home Crime ବେଆଇନ ଦେଶୀମଦ ବିକ୍ରି ତଥା ପ୍ରସ୍ତୁତି କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ କାବୁ

ବେଆଇନ ଦେଶୀମଦ ବିକ୍ରି ତଥା ପ୍ରସ୍ତୁତି କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ କାବୁ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ମୈତ୍ରୀବିହାର ଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ ତଥା ପ୍ରସ୍ତୁତି ଅଭିଯୋଗରେ ଫୁଳମଣୀ ସୋରେନ(35),ସୋବନ ସୋରେନ(30) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ସ୍ପେଶାଲ ଟିମ ସାଲିଆ ସାହି ଅନ୍ତର୍ଗତ ଇଡ଼କୋ ବସ୍ତିରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରି ତଥା ପ୍ରସ୍ତୁତି କରିବା

ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ, ଫୁଲମଣି ସୋରେନଙ୍କ ହେଫାଜତରୁ ମୋଟ ୧୧୦ ଲିଟର ଦେଶୀମଦ ଓ ମଦ ପ୍ରସ୍ତୁତି ଉପକରଣ ଜବତ କରିଥିବା ବେଳେ, ଅଭିଯୁକ୍ତ ସୋଭନ ସୋରେନଙ୍କ ହେପାଜତରୁ ମୋଟ ୧୨୦ ଲିଟର ଦେଶୀ ମଦ ସହ ମଦ ପ୍ରସ୍ତୁତି ଉପକରଣ ସବୁକୁ ଜବତ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ଏହି ଦେଶୀମଦ ବିକ୍ରୟ ତଥା ପ୍ରସ୍ତୁତି ନେଇ ପାଖରେ କୌଣସି ଅନୁମତି ପତ୍ର ନଥିବା ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc