ନିରପେକ୍ଷ(ଭୁବନେଶ୍ୱର) : ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ପ୍ରିୟବ୍ରତ ରାମଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ବୃକୋଦର ଜେନା(33),ସନ୍ତୋଷ କୁମାର ପାଣି(43) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ପଟିଆ ଠାରେ ଥିବା ମୋ-ବସ ଡିପୋର ଜଣେ କର୍ମଚାରୀ । ଗତ ତା.୦୭.୦୨.୨୦୨୪ ରିଖ ରାତିରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏକ ସ୍କୁଟିରେ ପଟିଆ ଅଭିମୁଖେ ଯାଉଥିବା ବେଳେ ଡମଣା ଛକ ଠାରେ ଟ୍ରାଫିକ ସିଗନାଲ୍ ବନ୍ଦ ଥିବାରୁ ସେଠାରେ ଛିଡା ହୋଇଥିଲେ । ଏହି ସମୟରେ ପଟିଆ ଠାରେ ଥିବା ଡିପୋ ଅଭିମୁଖେ ଯାଉଥିବା ଏକ ଇଲେକ୍ଟ୍ରିକ ମୋ-ବସ ମଧ୍ୟ ସେଠାରେ ଆସି ରହିଥିଲା ।

ସିଗନାଲ୍ ଛାଡିବାରୁ ମୋ-ବସଟି ଉଭୟ ଅଭିଯୁକ୍ତଙ୍କ ସ୍କୁଟିକୁ ଓଭରଟେକ କରି ଦ୍ରୁତ ଗତିରେ ପଳାଇବାରୁ, ଉଭୟ ଅଭିଯୁକ୍ତ ଉକ୍ତ ବସର ପିଛା କରି ମୋ-ବସ ଡିପୋରେ ଯାଇ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ ସେଠାରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କର ମୋ-ବସର ଡ୍ରାଇଭର ତଥା ମୋ-ବସ ସଂସ୍ଥାର କର୍ମଚାରୀ ମାନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ମାରପିଟ ହୋଇଥିଲା ।
