ନିରପେକ୍ଷ(ଭୁବନେଶ୍ୱର) : ଖାରବେଳନଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ପିୟୁଷ କୁମାର ଦାସ(58)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କ ମାଙ୍କ ଘରେ ଗତ ୨୦୨୧ ମସିହାରୁ ଭଡାରେ ରହିଆସୁଛନ୍ତି । ସେଠାରେ ଭଡାରେ ରହିବା ଦିନ ଠାରୁ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ଲକ୍ଷ୍ୟ କରି ନିୟମିତ ଭାବେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ ।
