ନିରପେକ୍ଷ(ଭୁବନେଶ୍ୱର) : ବଡ଼ଗଡ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଦୁଇ ମୋବାଇଲ ଲୁଟେରାତ୍ରିଲୋଚନ ଭୋଇ/ତିଲୁ (26),ବିଷ୍ଣୁ ପରିଡା(20) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ତା.୦୮.୦୨.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ଜଣକ ଶୁଶାନ୍ତି ବିହାର ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ, ଡିଏମ ରିସୋର୍ଟ ନିକଟରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏକ ଆପାଚେ ମୋଟରସାଇକେଲରେ ପଛ ପାଖରୁ ଆସି ତାଙ୍କ ନିକଟରୁ ତାଙ୍କ ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇ ସାଇ ଆରକେ ମୋଟର୍ସ ଅଭିମୁଖେ ଖସି ପଳାଇ ଯାଇଥିଲେ ।

ଏହି ଲୁଟ ଘଟଣା ପରେ ଅଭିଯୋଗକାରୀ ଜଣକ ଘରକୁ ଯାଇ ବାପାଙ୍କୁ ସାଙ୍ଗରେ ନେଇ ଅଭିଯୋଗ କରିବା ଲାଗି ଥାନାକୁ ଆସିବା ସମୟରେ, ବଡ଼ଗଡ ଅନ୍ତର୍ଗତ ଲେନ-୨ ରେ ଥିବା ସରସ୍ବତୀ ଶିଶୁ ମନ୍ଦିର ନିକଟରେ ସେହି ଦୁଇ ଅଭିଯୁକ୍ତ ଛିଡା ହୋଇଥିବା ଦେଖିଥିଲେ ଏବଂ ଉଭୟଙ୍କୁ ସେଠାରେ ଅଟକ ରଖି ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଉଭୟ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ ।
