ନିରପେକ୍ଷ(ଭୁବନେଶ୍ୱର) : ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ବିଷ୍ଣୁ କଲ୍ୟାଣ ମହାନ୍ତିଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ନିଜ ପତ୍ନୀଙ୍କ ସହିତ ଗାୟତ୍ରୀ ବିହାର ଅଞ୍ଚଳରେ ରୁହନ୍ତି । ଅଭିଯୁକ୍ତବିନୟ ଦାସ/କୁଲୁ(27) ଙ୍କ ବାପା ଗତ କିଛି ଦିନ ପୂର୍ବେ ଅଭିଯୋଗକାରୀଙ୍କ ନିକଟରୁ ୨,୩୦,୦୦୦ ଟଙ୍କା ଧାର ସୂତ୍ରରେ ନେଇଥିଲେ । ଅଭିଯୋଗକାରୀଙ୍କ ନିହାତି ଟଙ୍କା ଦରକାର ପଡିବାରୁ ସେ ଅଭିଯୁକ୍ତଙ୍କ ବାପାଙ୍କୁ ଏକାଧିକ ଥର ଧାର ଟଙ୍କା ଫେରାଇବା ଲାଗି ଅନୁରୋଧ କରି ଆସୁଥିଲେ । ଘଟଣାର ଦୁଇଦିନ ପୂର୍ବେ ମଧ୍ୟ ଅଭିଯୋଗକାରୀ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କ ଦୋକାନ ନିକଟକୁ ଯାଇଥିବା ବେଳେ ତାଙ୍କ ବାପା ନେଇଥିବା ଧାର ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ହୋଇଥିଲା ।
