ନିରପେକ୍ଷ(ଭୁବନେଶ୍ୱର) : ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ତମାଣ୍ଡୋ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ କଳିଙ୍ଗ ବିହାର ଅନ୍ତର୍ଗତ ବିବନ୍ତ ହୋଟେଲ ପଛ ପାଖରେ ଥିବା ଏକ କ୍ୟାବିନ ଉପରେ ଅତର୍କିତ ଚଢଉ କରିବା ସହିତ ଶଙ୍କର୍ଷଣ ପାଇକରାୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧.୧୭ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିବା ବେଳେ, ଉକ୍ତ ଗଞ୍ଜେଇକୁ ସ୍ଥାନୀୟ ସାଧାରଣ ଲୋକଙ୍କୁ ବେଆଇନ ଭାବେ ବିକ୍ରୟ କରୁଥିବା ଦର୍ଶାଇ ଥିଲେ ।
