Home Crime ତାଲା ଭାଙ୍ଗି ଟଙ୍କା ପରିବା ସାମଗ୍ରୀ ଚୋରି କରି ଫେରାର ମାରିଥିଲେ ଅଭିଯୁକ୍ତ

ତାଲା ଭାଙ୍ଗି ଟଙ୍କା ପରିବା ସାମଗ୍ରୀ ଚୋରି କରି ଫେରାର ମାରିଥିଲେ ଅଭିଯୁକ୍ତ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ତମାଣ୍ଡୋ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରାଜେଶ ବିଷୋୟୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଚିତ୍ତରଞ୍ଜନ ବେହେରା(38) ,ସୁନୀଲ ନାୟକ(24) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କ କଳିଙ୍ଗ ନଗର, କେ-୬ ରାସ୍ତାରେ ଏକ ଗ୍ରସରୀ ଦୋକାନ ଅଛି । ଗତ ତା.୦୮.୦୨.୨୦୨୪ ରିଖ ବିଳମ୍ବିତ ରାତିରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଅଭିଯୋଗକାରୀଙ୍କ ଦୋକାନର ତାଲା ଭାଙ୍ଗି ଭିତରେ ପଶିବା ସହିତ ୪୦୦୦ ଟଙ୍କା, ଆଳୁ ବସ୍ତା, ସହିତ ଅନ୍ୟାନ୍ୟ ବିକ୍ରୟ ଉପଯୋଗୀ ସାମଗ୍ରୀ ଏବଂ ତମାଣ୍ଡୋ ବଜାରରେ ଥିବା ଏକ ପରିବା ଦୋକାନରୁ ମଧ୍ୟ ବିଭିନ୍ନ ପ୍ରକାରର ପାରିବା ସବୁକୁ ଚୋରୀ କରିବା ସହିତ ଏକ ଅଟୋରେ ଭର୍ତ୍ତି କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ଘଟଣାର ଲିଖିତ ଅଭିଯୋଗ ପରେ, ପୁଲିସ ତଦନ୍ତ କରି ଚଢଉ ଜରିଆରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରୀଯାଇଥିବା ସମସ୍ତ ସାମଗ୍ରୀ ଏବଂ ଘଟଣାରେ ବ୍ଯବହୃତ ଏକ ଅଟୋକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଦୁହେଁ ନିଜ ଅପରାଧ ସ୍ଵୀକର କରିଥିଲେ । ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ଚିତ୍ତରଞ୍ଜନ ବେହେରାଙ୍କ ନାମରେ ତମାଣ୍ଡୋ ଥାନାରେ ୩ ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ସୁନିଲ ନାୟକଙ୍କ ନାମରେ ୨ ଟି ମାମଲା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc