ନିରପେକ୍ଷ(ଭୁବନେଶ୍ୱର) : ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଜୀବନ ଜ୍ୟୋତି ଦାଶଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ମନମୋହନ ମହାପାତ୍ର/ମନୁ(33) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ସାମନ୍ତରାପୁରର ପିଏଚଡି କଲୋନୀରେ ରୁହନ୍ତି । ଗତ ତା.୦୮.୦୨.୨୦୨୪ ରିଖ ରାତିରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ମିଶି ଘରକୁ ଫେରୁଥିବା ବେଳେ ସାମନ୍ତରାପୁର ଗେଟ ଛକ ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ ମାନେ ତାଙ୍କର ରାସ୍ତା ଓଗାଳିବା ସହିତ ଭିଡିଓ ସୁଟିଂ କରିଥିଲେ ଏବଂ ଅଶ୍ରାବ୍ୟ ଭାଷାରେ ଉଭୟଙ୍କୁ ଗାଳିଗୁଲଜ କରିଥିଲେ ।
