ନିରପେକ୍ଷ(ଭୁବନେଶ୍ୱର) : ଭରତପୁର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସୁରଜ ଲାମାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁକରି ତଦନ୍ତ କରିବା ସହ ବଳରାମ ନାୟକ(45) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ତା.୩୧.୦୧.୨୦୨୪ ରିଖ ରାତିରେ ଅଭିଯୋଗକାରୀଙ୍କ ଦୁଇ ସାନଭାଇ ଏକ ୟାମାହା ମୋଟରସାଇକେଲ ଯୋଗେ ଗୋଠପାଟଣାରୁ ସମ ହସ୍ପିଟାଲ ନିକଟରେ ଥିବା “ଦି ଟେଷ୍ଟ ଅଫ ନେପାଲ” ରେଷ୍ଟୁରାଣ୍ଟକୁ ଆସୁଥିବା ବେଳେ, ସମ ହସ୍ପିଟାଲ ନିକଟରେ ନିମ୍ନୋକ୍ତ ଅଭିଯୁକ୍ତ ଡ୍ରାଇଭର ଜଣକ ଏକ ଟ୍ରକକୁ ଦ୍ରୁତଗତିରେ ତଥା ବିପଦଜନକ ଭାବେ ଚାଳନା କରି ଉଭୟଙ୍କୁ ଖୁବ ଜୋରରେ ଧକା ଦେଇଥିଲେ ।
