ନିରପେକ୍ଷ(ଭୁବନେଶ୍ୱର) : ଖଣ୍ଡଗିରି ଥାନା ପୁଲିସ ଅଭିଯୋଗକାରି ଡ଼ ନଦିମ ଅହମଦଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ବୃନ୍ଦାବନ ରେଡ୍ଡୀ/ବଣ୍ଟି(26),ରବୀନ୍ଦ୍ର ନାୟକ(22),ଅରୁଣ କୁମାର ଦାସ/ବିଟୁ(27)ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ମାନେ ଖଣ୍ଡଗିରି ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ଗତ ତା ୦୪.୦୨.୨୦୨୪ ରିଖରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ସୁଯୋଗ ଦେଖି ଅଭିଯୋଗକାରି ଘରେ ନଥିବା ସମୟରେ ତାଙ୍କ ଘରର ତାଲା ଭାଙ୍ଗି ସେଠାରୁ ୨ଟି ଗ୍ଯାସ ସିଲିଣ୍ଡର ଚୋରୀ କରି ଅଭିଯୁକ୍ତ ଅରୁଣର ମୋଟରସାଇକେଲରେ ନେଇ ଯାଇଥିଲେ ।

ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରିବା ସହ ବିଶେଷ ସୂତ୍ରରୁ ଖବର ପାଇ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କର ହେପାଜତରୁ ଗ୍ଯାସ ସିଲିଣ୍ଡର ଓ ଅପରାଧରେ ବ୍ଯବହୃତ ମୋଟରସାଇକେଲ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ ।
