ନିରପେକ୍ଷ(ଭୁବନେଶ୍ୱର) : ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗକରି ଶ୍ରୀ ଶଙ୍କର ସେନାପତିଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଏସ କେ ଜବୁଲା(41)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତଙ୍କର ଚନ୍ଦ୍ରଶେଖରପୁର ରେ ଆଜମେର ମୋଟର୍ସ ନାମରେ ଗୋଟିଏ ପୁରୁଣା କାର ଶୋରୁମ ଅଛି । ଅଭିଯୋଗକାରୀ ଗତ ତା ୧୬.୦୪.୨୦୨୨ ରିଖରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ୬୫୦୦୦୦/- ଟଙ୍କା ଦେଇ ଗୋଟିଏ ପୁରୁଣା ବୋଲେରୋ କିଣିଥିଲେ । ଅଭିଯୁକ୍ତ ଜଣକ ଦୁଇମାସ ମଧ୍ୟରେ ମାଲିକାନା ହସ୍ତାନ୍ତର କରିବାର ପ୍ରତିସୂତି ଦେଇ ଅଭିଯୋଗକାରୀଙ୍କ ସହିତ ଚୁକ୍ତି କରିବା ପରେ ଗାଡିର କାଗଜପତ୍ର ଓ ଏନଓସି ଦେଇଥିଲେ।
