ନିରପେକ୍ଷ(ଭୁବନେଶ୍ୱର) : ନନ୍ଦନକାନନ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଅଭିଯୁକ୍ତ ବସନ୍ତ କୁମାର ପଣ୍ଡା(51) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ତା ୦୯.୦୧.୨୦୨୪ ରିଖ ରାତି ପ୍ରାୟ ୮ ଟାରେ ନିମ୍ନୋକ୍ତ ଅଭିଯୁକ୍ତ ତାଙ୍କର କିଛି ସହଯୋଗୀଙ୍କ ସହିତ ଅଭିଯୋଗକାରିଣୀଙ୍କର ରଘୁନାଥପୁରରେ ଥିବା ନିର୍ମାଣଧୀନ ଘରେ ବଳପୂର୍ବକ ପ୍ରବେଶ କରିଥିଲେ ଓ ସେଠାରେ ଭଙ୍ଗାରୁଜା କରିଥିଲେ ।
