ନିରପେକ୍ଷ(ଭୁବନେଶ୍ୱର) : ମୈତ୍ରୀବିହାର ଥାନା ପୁଲିସ ବେଆଇନ ଦେଶୀମଦ ପରିବହନ ତଥା ବିକ୍ରୟ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ସାଗର କୁମାର ସେଠୀ(29),ବଳରାମ ନାୟକ(46) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ସ୍ପେଶାଲ ଟିମ ସାଲିଆସାହିରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରୟ କରିବା ନିମନ୍ତେ ସ୍କୁଟିରେ ପରିବହନ କରି ନେଉଥିବା ସମୟରେ କାବୁ କରି ନେଇଥିଲେ ।
