ନିରପେକ୍ଷ(ଭୁବନେଶ୍ୱର) : ଲକ୍ଷ୍ମୀସାଗର ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହ ତଦନ୍ତ କରି ନିମ୍ନୋକ୍ତ ମଦନକୁମାର ସାହୁ(30),ଅମିତ କୁମାର ମହାନ୍ତି(39),ତାପସ ପରମାଣିକ(24),ଶିବମ ଗୁପ୍ତା(26) ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି। । ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀସାଗର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଚାରୋଟି ପୁଲିସ ଟୀମ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଗୋଲେଇ ଛକ ନିକଟରେ ମୋଟର ଯାନ ଯାଞ୍ଚ ଏବଂ ମଦ୍ୟପାନ କରି ଗାଡି ଚାଳନା କରିବା ବିରୁଦ୍ଧରେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ କରୁଥିଲେ ।

ସେହି ସମୟରେ ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଦ୍ରୁତ ବେଗରେ ବେପରୁଆ ଓ ଅବହେଳା ପୂର୍ଣ ଭାବରେ ଗାଡି ଚାଳନା କରୁଥିବାର ପୁଲିସ ଟୀମ ଦେଖିଥିଲେ । ଅଭିଯୁକ୍ତ ମାନଙ୍କର ବେପରୁଆ ଗାଡି ଚାଳନାରେ ସାଧାରଣ ଲୋକ ମାନଙ୍କର ଧନ ଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ହେତୁ ପୁଲିସ ଟୀମ ସେମାନଙ୍କୁ ଘଟଣା ସ୍ଥଳରେ ଅଟକାଇଥିଲେ । ଅଭିଯୁକ୍ତ ମାନଙ୍କର ନିଶ୍ୱାସ ବିଶ୍ଳେଷଣକାରୀ ଜନ୍ତ୍ରରେ ଯାଞ୍ଚ କରିବା ସମୟରେ ସେମାନେ ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରି ଗାଡି ଚାଳନା କରୁଥିବାର ଜାଣିବାକୁ ପାଇଥିଲେ।
