୨୦୪୭ ଯାଏ ଧାର୍ଯ୍ୟ ନାହିଁ, ଆମ ଟାର୍ଗେଟ ୨୦୩୬
ନିରପେକ୍ଷ : ଓଡ଼ିଶା ଲୋକ ବାହାରକୁ ଯିବେନି, ବାହାର ଲୋକ ଚିକିତ୍ସା ପାଇଁ SCBକୁ ଆସିବେ ୨୦୩୬ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ଲକ୍ଷ୍ୟ। ନବଦିଗନ୍ତର ସମ୍ଭାବନା ଆଲୋଚନାଚକ୍ରରେ ଭାଗ ନେଇ ରାଜ୍ୟ ରୂପାନ୍ତରଣର ଚିତ୍ର ରଖିଛନ୍ତି 5T ଅଧ୍ୟକ୍ଷ |୨୦୩୬ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇସାରିଛି | ଓଡ଼ିଶାର ବିକାଶ ସଂପର୍କରେ ଅନ୍ୟ ରାଜ୍ୟ ସହ ଜାରି ରହିଛି ପ୍ରତିଯୋଗିତା । ୨୦୧୯ ପରେ ରାଜ୍ୟରେ ଆସିଛି ବଡ ପରିବର୍ତ୍ତନ।

ପରିବର୍ତ୍ତନର ନାମ ହେଉଛି ରୂପାନ୍ତରଣ। ଲକ୍ଷ୍ୟ ରହିଛି ନୂଆ ଓ ସଶକ୍ତ ଓଡ଼ିଶା । ୨୦୦୦ମସିହାରେ ଖାଦ୍ୟ ପାଇଁ ପଞ୍ଜାବ ହରିୟାଣା ଉପରେ ନିର୍ଭର କରୁଥିଲୁ। ହେଲେ ୨୦୧୭-୧୮ରୁ ଓଡ଼ିଶା ଉପରେ ଅନ୍ୟ ରାଜ୍ୟ ନିର୍ଭରଶୀଳ ବୋଲି କହିଛନ୍ତି ।ଖାଦ୍ୟ ସୁରକ୍ଷାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି।ଓଡ଼ିଶାର କୋଭିଡ୍ ପରିଚାଳନା ନେଇ ସାରା ବିଶ୍ବରେ ଚର୍ଚ୍ଚା ହେଲା। ୨୨ରାଜ୍ୟକୁ ଅକ୍ସିଜେନ୍ ପଠାଇବା ସହ ପ୍ରତି ଦିନ ୪୦ହଜାର ଲୋକଙ୍କ ଜୀବନ ବଞ୍ଚାଇଲା ଓଡ଼ିଶା। କିଛିବର୍ଷ ଭିତରେ SCB ହେବ ସବୁଠୁ ବଡ଼ ମେଡିକାଲ

ଓଡ଼ିଶା ଲୋକ ବାହାରକୁ ଯିବେନି, ବାହାର ଲୋକ ଚିକିତ୍ସା ପାଇଁ SCBକୁ ଆସିବେ। ସବୁ ସ୍କୁଲର ରୁପାନ୍ତରଣ ହୋଇସାରିଥିବା ବେଳେ ୨ ମାସ ମଧ୍ୟରେ କଲେଜ ରୂପରେଖ ବଦଳିବ ବୋଲି ସେ କହିଛନ୍ତି । ସେହିଭଳି କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶା ୨୨ ବର୍ଷରେ ଅନେକ ଉନ୍ନତି କରିଛି । ୨୦୦୦ ମସିହାରେ ୩୩ ଲକ୍ଷ ଏକରଜମିରେ ଜଳସେଚନ ଥିବାବେଳେ ବର୍ତମାନ ୬୫ ଲକ୍ଷ ଏକର ଜମିକୁ ଜଳସେଚନ ସୁବିଧା ଦିଆଯାଇଥିବା ସେ କହିଛନ୍ତି ।



