ନିରପେକ୍ଷ : ଭାଷା ସମ୍ମିଳନୀ ଓଡ଼ିଆ ଭାଷା ଇତିହାସରେ ଏକ ମାଇଲଖୁଣ୍ଟ l ଭାଷା ର ବିକାଶ ହେଲେ ଜାତି ତଥା ଦେଶ ଆଗେଇବ | ୩ ଦିନ ଧରି ଚାଲିଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ମହାକୁମ୍ଭ l ଅନ୍ତିମ ଦିନରେ ଓଡ଼ିଶାର ଭବିଷ୍ୟତର ରୂପରେଖ ସମ୍ପର୍କରେ ଆଲୋଚନା ହୋଇଛି।
‘୨୦୩୬ରେ ଓଡ଼ିଶା–ଏକ ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଅଧିବେଶନରେ ଯୋଗଦେଇ #5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାର ରୂପାନ୍ତରୀକରଣର ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।
ରୂପାନ୍ତରିତ ଓଡ଼ିଶା ହିଁ ହେଉଛି ‘ନୂଆ ଓଡ଼ିଶା’ ବୋଲି ସେ କହିଛନ୍ତି। ଏହି ଭାଷା ସମ୍ମିଳନୀ ଓଡ଼ିଆ ଭାଷା ଇତିହାସରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି l