ନିରପେକ୍ଷ(ଭୁବନେଶ୍ୱର) : ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଲକ୍ଷ୍ମୀସାଗର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଲକ୍ଷ୍ମୀ ନାରାୟଣ ସାହି (ଲେଙ୍କା ସାହି) ଥିବା ଅଭିଯୁକ୍ତର ଦୋକାନରେ ସଦଳବଳେ ଅତର୍କିତ ଚଢଉ କରିବା ସହିତ ଅଭିଯୁକ୍ତ ରାକେଶ କୁମାର ଲେଙ୍କା ଓରଫ ଗୁଣ୍ଡା(33) ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧.୧୦୦ କିଲୋଗ୍ରାମ ଓଜନର ଗଞ୍ଜେଇ, ୫ଗ୍ରାମ ର ବ୍ରାଉନସୁଗାର ଏବଂ ମୋଟ ୨,୪୬,୪୫୫ /- ଟଙ୍କା ଜବତ କରିଥିଲେ ।
