Home Crime ସାମାନ୍ୟ ବଚସା ରୁ ମରଣାନ୍ତକ ଆକ୍ରମଣ ,ଅଭିଯୁକ୍ତକୁ କାବୁ କଲା ପୋଲିସ

ସାମାନ୍ୟ ବଚସା ରୁ ମରଣାନ୍ତକ ଆକ୍ରମଣ ,ଅଭିଯୁକ୍ତକୁ କାବୁ କଲା ପୋଲିସ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଶହୀଦନଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ରମେଶ କୁମାର ସାହୁଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଅଭିଯୁକ୍ତ ସତ୍ୟବ୍ରତ ପ୍ରଧାନ ଓରଫ ରାଜା(24) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ତା ୧୨.୦୯.୨୦୨୧ ରିଖ ରାତି ପ୍ରାୟ ୮.୪୫ ରେ ଅଭିଯୋଗକାରି ତାଙ୍କର କିଛି ସାଙ୍ଗମାନଙ୍କ ସହତ ବିଡିଏ ପାର୍କ କୁ ବିଏମସି ଭବାନୀ ମଲ ରାସ୍ତା ଦେଇ କାର ରେ ଯାଉଥିବା ସମୟରେ ଅଭିଯୁକ୍ତ ରାଜା ତାଙ୍କର କିଛି ସହ ସହଯୋଗୀଙ୍କ ସହିତ ଆଇନକ୍ସ ସାମ୍ନା ମଝି ରାସ୍ତାରେ ଠିଆ ହୋଇରହିଥିଲେ । ଏହା ଦେଖି ଅଭିଯୋଗକାରୀ ଅଭିଯୁକ୍ତ ରାଜାଙ୍କୁ ରାସ୍ତାରୁ ଯିବାକୁ କହିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଅଭିଯୁକ୍ତ ରାଜା ରାଗିଯାଇ ଅଭିଯୋଗକାରୀଙ୍କ କାର ଟିକୁ ଅଟକାଇଥିଲେ ଓ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଏକ କଟୁରିରେ ହତ୍ୟା କରିବା ଉଦେଶ୍ୟରେ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକରି ଗୁରୁତର ଆହତ ହୋଇଥିଲେ। ଏନେଇ ମାମଲା ରୁଜୁ ହେବ ପରେ ପୁଲିସ ତଦନ୍ତ କରିବା ସହ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ରାଜାକୁ ଭବାନୀ ମଲ୍ ନିକଟରୁ କାବୁ କରି ଥାନା କୁ ଆଣିଥିଲେ। ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତ ରାଜାର ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ ଜଣେ ଅଭ୍ଯାସଗତ ଅପରାଧୀ ଓ ପୂର୍ବରୁ ସେ ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୧୧ଟି ଅପରାଧିକ ମାମଲାରେ କୋର୍ଟ ଚାଲାଣ ହୋଇସାରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc