Home Crime ବେଆଇନ ଗଞ୍ଜେଇ ଜବତ ,ଅଭିଯୁକ୍ତ କୋର୍ଟକୁ ଚାଲାଣ

ବେଆଇନ ଗଞ୍ଜେଇ ଜବତ ,ଅଭିଯୁକ୍ତ କୋର୍ଟକୁ ଚାଲାଣ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ରାସ୍ତାରେ ଥିବା ମା ମଙ୍ଗଳା ମନ୍ଦିର ନିକଟରେ ସଦଳବଳେ ଅତର୍କିତ ଚଢଉ କରିବା ସହିତ ଅଭିଯୁକ୍ତ ସରୋଜ ସାହୁ ଓରଫ କୁନା(41) ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ସରୋଜ ସାହୁ ଓରଫ କୁନା(41) ଙ୍କ ନିକଟରୁ ମୋଟ ୨.୩୦୦ କିଲୋଗ୍ରାମ ଓଜନର ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ, ମୋଟ ୧୨୦୦/- ଟଙ୍କା ଏବଂ ବେଆଇନ ଗଞ୍ଜେଇ ପରିବହନରେ ବ୍ୟବହାର ହେଉଥିବା ସ୍କୁଟିଟିକୁ ଜବତ କରିଥିଲେ ।

ପଚରାଉଚରା ସମୟରେ ଅଭିଯୁକ୍ତ ସରୋଜ ସାହୁ ଓରଫ କୁନା(41) ନିଜର ଅପରାଧ ସ୍ଵୀକାର କରିଥିବା ବେଳେ, ଉକ୍ତ ଗଞ୍ଜେଇ କୁ ଫୁଲବାଣୀ ଅଞ୍ଚଳରୁ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ସାଧାରଣ ଲୋକଙ୍କୁ ବିକ୍ରୟ କରୁଥିବା ଦର୍ଶାଇ ଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରୟ ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ଜନସାଧାରଣ ମାନେ ବେଆଇନ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc