ନିରପେକ୍ଷ(ଭୁବନେଶ୍ୱର) : ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଶ୍ୟାମପୁର ଛକ, ଆହାର କେନ୍ଦ୍ର ନିକଟରେ ଥିବା ଏକ କ୍ୟାବିନରେ ସଦଳବଳେ ଅତର୍କିତ ଚଢଉ କରିବା ସହିତ ବେଆଇନ ଗଞ୍ଜେଇ ଚାଲାଣ ତଥା ବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଶରତ ବେହେରା(50),ନକୁଳ ମଲ୍ଲିକ(30)ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତଶରତ ବେହେରା(50),ନକୁଳ ମଲ୍ଲିକ(30)ଙ୍କ ନିକଟରୁ ଦୁଇଟି ପୃଥକ ଜରି ଅଖାରେ ଥିବା ମୋଟ ୫.୪ କିଲୋଗ୍ରାମ ଓଜନର ଗଞ୍ଜେଇ, ଏବଂ ଗଞ୍ଜେଇ ବିକ୍ରୟରୁ ଆୟ ହୋଇଥିବା ମୋଟ ୬୭୦୦ ଟଙ୍କା ଜବତ କରିଥିଲେ ।
