ନିରପେକ୍ଷ(ଭୁବନେଶ୍ୱର ) : ଆଜି ଭୁବନେଶ୍ବର ଅତିରିକ୍ତ ସେସନ୍ସ ଜଜ୍-୨ ର ବିଚାରପତି ଶ୍ରୀମତୀ ବନ୍ଦନା କର ସହୀଦନଗର ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ଆସାମୀ ରାଜେନ୍ଦ୍ର ମୁଖୀକୁ ସଜା ଶୁଣାଇଛନ୍ତି । ଘଟଣାର ଅନ୍ତରାଳେ:ଅଭିଯୁକ୍ତ ରାଜେନ୍ଦ୍ର ମୁଖୀ ସମ୍ପର୍କରେ ମୃତ ମହିଳା ଅମିତା ମୁଖୀଙ୍କ ସ୍ବାମୀ ଏବଂ ଅଭିଯୋଗକାରିଣୀ ସଞ୍ଜନା ମୁଖୀଙ୍କ ବାପା ଅଟନ୍ତି । ସୁଦୂର କନ୍ଧମାଳ ଜିଲ୍ଲାରୁ ଆସି ସେମାନେ ସହୀଦନଗରର ବିର୍ସାମୁଣ୍ଡା ବସ୍ତିରେ ଘର ଭଡା ନେଇ ରହିବା ସହିତ ଦିନ ମଜୁରିଆ ହିସାବରେ ଚଳୁଥିଲେ ।
ସେ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ନିୟମିତ ଭାବେ ମାରଧର କରି ଆସୁଥିଲେ । ଗତ ତା.୨୦.୦୯.୨୦୨୦ ରିଖ ରାତି ୧୦ ଟା ସମୟରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା ଓ ଏହି ଝଗଡ଼ାକୁ କେନ୍ଦ୍ରକରି ଅଭିଯୁକ୍ତ ଜଣକ ଉତ୍ତ୍ୟକ୍ତ ହୋଇ ଏକ ତୀକ୍ଷଣ ଛୁରୀ ସାହାଯ୍ୟରେ ତାଙ୍କ ପତ୍ନୀଙ୍କ ପେଟକୁ ଭୁସି ଦେଇଥିଲେ । ଏହି ଆକ୍ରମଣ ଯୋଗୁଁ ପତ୍ନୀଙ୍କ ଶରୀରରେ ଗୁରୁତର ଆଘାତ ଲାଗିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେବ ସହିତ ବଞ୍ଚାଇବା ଲାଗି ପାଟି କରିଥିଲେ ।
