Home Breaking News ନୂଆ ପୋଲିସ କମିଶନର ଦାୟିତ୍ବ ନେଲେ ଆଇପିଏସ ସଞ୍ଜୀବ ପଣ୍ଡା

ନୂଆ ପୋଲିସ କମିଶନର ଦାୟିତ୍ବ ନେଲେ ଆଇପିଏସ ସଞ୍ଜୀବ ପଣ୍ଡା

by Admin
0 comment

ନିରପେକ୍ଷ(ଭୁବନେଶ୍ବର)୨୯/୦୧: ନୂଆ ପୋଲିସ କମିଶନର ଦାୟିତ୍ବ ନେଲେ ଆଇପିଏସ ସଞ୍ଜୀବ ପଣ୍ଡା। ନୂଆ ବର୍ଷରୁ ଟ୍ବିନ ସିଟିକୁ ମିଳିଲା ନୂଆ ପୋଲିସ କମିଶନର । ଦାୟିତ୍ବ ନେଲେ ୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡା । ଭୁବନେଶ୍ବର ସ୍ଥିତ ମୁଖ୍ୟାଳୟରେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି ।

ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସଞ୍ଜୀବ ପଣ୍ଡାଙ୍କୁ ଭୁବନେଶ୍ବର- କଟକ ଟୁଇନସିଟି ପୋଲିସ କମିଶନର ଦାୟିତ୍ୱ ମିଳିଛି । ତେବେ ଦାୟିତ୍ବ ଗ୍ରହଣ ପରେ ପ୍ରଥମେ ପୋଲିସ କମିଶନର ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସେ କାମ କରିବେ ।

5T ଓ ମୋ ସରକାର ଅଧୀନରେ ଟୁଇନସିଟି ବାସିନ୍ଦାଙ୍କୁ ଉତ୍ତମ ପୋଲିସ ସେବା ଦେବାକୁ ସେ ଗୁରୁତ୍ୱ ଦେବେ । ପୋଲିସ ଲୋକଙ୍କ ସେବାରେ ରହିଛି ଓ ଆଗାମୀ ଦିନରେ କାମ କରିଚାଲିବ । ନୂଆ କମିଶନର ଭାବେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ଆଗାମୀ ଦିନରେ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିବା ସହ ଅପରାଧ ନିୟନ୍ତ୍ରଣ ସହ ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ କରାଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ ଫେକ ଫଟୋ ନେଇ ଖୁବଶୀଘ୍ର ଆଲୋଚନା କରାଯିବ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର ସଂଜୀବ ପଣ୍ଡା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc