ନିରପେକ୍ଷ(ଭୁବନେଶ୍ୱର) : ନୟାପଲ୍ଲୀ ଥାନା ପୁଲିସ ଅଭିଯୋଗକାରୀ ଲକ୍ଷ୍ମୀ ମହାନ୍ତିଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ସୁରେନ୍ଦ୍ର ଦିଗଲ(28)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଜୟଦେବବିହାର ଅନ୍ତର୍ଗତ ଏନ-୬, ପ୍ଳଟ ନମ୍ବର-୧୨ ରେ ରହୁଥିବା ବେଳେ ଭୁବନେଶ୍ବର ସହର ମଧ୍ୟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ଗତ ତା.୨୨ .୦୧.୨୦୨୪ ରିଖ ବିଳମ୍ବିତ ରାତିରେ ଅଭିଯୋଗକାରୀ ଜଣକ ନିଜ ଘରେ ଶୋଇଥିବା ବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଯାଇ ତାଙ୍କ ଘରର କବାଟ ବାଡ଼େଇ ଥିଲେ ।
