ନିରପେକ୍ଷ(ଭୂବନେଶ୍ୱର) : ଏୟାରଫୀଲ୍ଡ ଥାନା ପୁଲିସ ଅଭିଯୋଗକାରୀ କ୍ଷିତିଶ କୁମାର ନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଦିନା କୁମାର(19),ଗୁଡ଼ୁ ରାଜକୁମାର(24),ସୁରଜ ଋଷି (24) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ,ଗତ କାଲି ତା ୨୭.୦୧.୨୦୨୪ ରିଖ ରାତି ୮.୩୦ ରେ ଅଭିଯୋଗକାରୀ ତାଙ୍କର ବନ୍ଧୁ ଲିଙ୍ଗରାଜ ଷ୍ଟେସନ୍ ନିକଟରେ ବସିଥିବା ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ମିଳିତ ଭାବେ ଜଣେ ଯୁବକଙ୍କୁ ଆକ୍ରମଣ କରୁଥିଲେ । ଏହା ଦେଖି ଅଭିଯୋଗକାରୀ ଓ ତାଙ୍କର ବନ୍ଧୁ ଅଭିଯୁକ୍ତ ମାନଙ୍କ ନିକଟକୁ ଯାଇଥିଲେ ଏବଂ ସେମାନଙ୍କୁ ଅଟକାଇବାକୁ ଚେଷ୍ଠା କରିଥିଲେ ।

ଏହି ସମୟରେ ସମ୍ପୃକ୍ତ ଯୁବକ ଜଣକ ସୁଯୋଗ ଦେଖି ଅଭିଯୁକ୍ତଙ୍କ କବଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏହି କାରଣ ହେତୁ ଅଭିଯୁକ୍ତ ମାନେ ମିଳିତ ଭାବରେ ଅଭିଯୋଗକାରିଙ୍କୁ ହତ୍ୟା କରିବା ଉଦେଶ୍ୟରେ ଶାବଳରେ ଆକ୍ରମଣ କରିଥିଲେ। ଏହା ଦେଖି ଅଭିଯୋଗକାରୀଙ୍କ ବନ୍ଧୁ ଅଭିଯୁକ୍ତ ମାନଙ୍କ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ ।
