ନିରପେକ୍ଷ(ଭୁବନେଶ୍ୱର) : ଶହୀଦନଗର ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଉଜେଲା କାଇଦର(40),ନିଲମ କାଇଦର(20),ସୀମା କାଇଦର(35)ଶରଦ କାଇଦର(20) ଅଭିଯୁକ୍ତାମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଆଜି ପୂର୍ବାହ୍ନ ପ୍ରାୟ ୧୦.୪୫ ରେ ଅଭିଯୋଗକାରିଣୀ ତାଙ୍କର ଗାଁ ରୁ ଫେରି ବାଣୀବିହାର ଛକରୁ ୟୁନିଟ୍ -୯ କୁ ଯିବା ପାଇଁ ଅଟୋ ଯୋଗେ ଆସି ରୂପାଲୀ ଛକ ରେ ଓହ୍ଲାଇ ଥିଲେ ।

ଅଭିଯୋଗକାରିଣୀ ଅଟୋ ର ଭଡା ଦେବା ପାଇଁ ତାଙ୍କର ପର୍ସ ରୁ ଟଙ୍କା କାଢୁଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତା ମାନେ ତାଙ୍କ ନିକଟକୁ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୋଗକାରିଣୀଙ୍କର ବେକରୁ ସୁନା ଚେନ ଟାଣି ନେଇ ଚାଲି ଯିବାକୁ ଚେଷ୍ଠା କରିଥିଲେ । ସେହି ସମୟରେ ଅଭିଯୋଗକାରିଣୀ ସେମାନଙ୍କର ପଛରେ ଗୋଡାଇ କିଛି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଅଭିଯୁକ୍ତାମାନଙ୍କୁକାବୁ କରିଥିଲେ ।
