ନିରପେକ୍ଷ(ଭୁବନେଶ୍ୱର) : ନୟାପଲ୍ଲୀ ଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଲୋକନାଥ ଦାସ (26) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କାଲି ତା ୨୪.୦୧.୨୦୨୪ ରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ନୟାପଲ୍ଲୀ ସ୍ଥିତ ଗୋପବନ୍ଧୁ ବିଡିଏ ପାର୍କ କୁ ସଙ୍ଗୀତ କାର୍ଯ୍ୟକ୍ରମ ଦେଖିବା ପାଇଁ ଯାଇଥିବା ବେଳେ ତାଙ୍କର ମୋବାଇଲ ଫୋନ ଟିକୁ ପାଖ ସୀଟ ରେ ରଖିଥିଲେ। ଲୋକନାଥ ଦାସ (26) ଅଭିଯୁକ୍ତ ସୁଯୋଗ ଦେଖି ଅଭିଯୋଗକରିଣୀଙ୍କର ମୋବାଇଲ ଫୋନ ଟିକୁ ସେଠାରୁ ଚୋରୀ କରି ନେଇ ଯାଇଥିଲେ ।
