ନିରପେକ୍ଷ(ଭୁବନେଶ୍ୱର) : ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ସଞ୍ଜୟ କୁମାର ବେହେରାଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲାର ତଦନ୍ତ କରିବା ସହିତ ଏସକେ ସାହିଲ(ସାହିଲ ଖାନ) ବୟସ 22 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ପୁଅ ସହିତ ନିମ୍ନୋକ୍ତ ଅଭିଯୁକ୍ତଙ୍କର ବନ୍ଧୁତା ଥିବା ବେଳେ, କୌଣସି ଏକ କାରଣକୁ ନେଇ ଗତ କିଛିଦିନ ପୂର୍ବେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗତ ତା.୨୧.୦୧.୨୦୨୪ ରିଖ ସନ୍ଧ୍ୟାରେ ଏସକେ ସାହିଲ(ସାହିଲ ଖାନ) ବୟସ 22 ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ ପୁଅକୁ ଫୋନ କରି ଜୟଦୁର୍ଗାନଗର ପାର୍କକୁ ଆସିବା ଲାଗି କହିଥିଲେ ।

ଅଭିଯୁକ୍ତଙ୍କ କଥା ରକ୍ଷାକରି ସେ ପାର୍କରେ ଆସି ପହଞ୍ଚିବା କ୍ଷଣି ଏସକେ ସାହିଲ(ସାହିଲ ଖାନ) ବୟସ 22 ଅଭିଯୁକ୍ତ ଜଣକ ଅନ୍ୟ ସହଯୋଗୀଙ୍କ ସହ ମିଶି ହଠାତ ତାଙ୍କ ଉପରେ ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଜୀବନରୁ ମାରିଦେବା ଲାଗି ଧମକ ମଧ୍ୟ ଦେଇଥିଲେ । ଏହି ଆକ୍ରମଣ ଦ୍ଵାରା ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ଘଟଣା ସ୍ଥଳରେ ଚେତାଶୁନ୍ୟ ହୋଇପଡିଥିଲେ।
